ନୂଆଦିଲ୍ଲୀ : ଆଉ ଏକ ସଫଳତାରେ ପହଁଚିଲା ଆଦିତ୍ୟ ଏଲ-୧ ମିଶନ । ଟିଏଲ-୧ ମାନିଓଭର ସଫଳତା ସହ ସମ୍ପନ୍ନ ନେଇ ଇସ୍ରୋର ସୂଚନା । ପୃଥିବୀ କକ୍ଷପଥ ଛାଡି ସୂର୍ଯ୍ୟ ମୁହାଁ ହେଲା ଆଦିତ୍ୟ ଏଲ-୧ । ଆଜିଠୁ ୧୧୦ ଦିନର ଯାତ୍ରା ପରେ ସନ୍-ଆର୍ଥ ସିଷ୍ଟମ ଏଲ-୧ରେ ପହଁଚିବ । ପୃଥିବୀ ପୃଷ୍ଠରୁ ୧.୫ ନିୟୁତ କିମି ଦୂର ଏଲ-୧ରେ ପହଁଚିବ ଆଦିତ୍ୟ ଏଲ-୧ । ଭାରତର ପ୍ରଥମ ସ୍ପେସ୍ ଆଧାରିତ ସୌର ଯନ୍ତ୍ରଶାଳା ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିମିରୁ ଅଧିକ ଦୂରତାରେ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଏବଂ ଇଲେକ୍ଟ୍ରୋନ୍କୁ ମାପିବା ଆରମ୍ଭ କରିଛି।
Views: 77