The Ultimate Managed Hosting Platform
ADVERTISEMENT

ପୃଥିବୀକୁ ଓହ୍ଲାଇବ ଜହ୍ନ, ଦୁବାଇରେ ହେବ ଲ୍ୟାଣ୍ଡିଂ! ଖର୍ଚ୍ଚ ହେବ ୪୦ ହଜାର କୋଟି ଟଙ୍କା

Facebook
Twitter
LinkedIn

ଉପସାଗରୀୟ ଦେଶରେ ଏକ ଏପରି ସହର ଅଛି ଜିଏ ନିଜର ନୂଆନୂଆ କର୍ତ୍ତୃତରେ ଦୁନିଆକୁ ଆଶ୍ଚର୍ଯ୍ୟ ଚକିତ କରିଆସୁଛି। ଏଠାରେ ଆମେ ଦୁବାଇ ସହରର କଥା କହୁଛୁ। ଜିଏ ନିଜର ସ୍ଥାପତ୍ୟ ଓ ଭବ୍ୟ ନିର୍ମାଣ ଲାଗି ସାରା ବିଶ୍ୱରେ ପ୍ରଶିଦ୍ଧ। ଏଠାରେ ଥିବା ବୁର୍ଜ ଅଲ-ଖଲିଫା ସମ୍ପର୍କରେ ଦୁନିଆରେ ଏପରି କେହି ନଥିବେ ଜିଏ ଜାଣିନଥିବ। ମରୁଭୂମିରେ ଛିଡା ହୋଇଥିବା ଏହା ବିଶ୍ୱର ସବୁଠୁ ଉଚ୍ଚତମ ଅଟ୍ଟାଳିକା।

ଭୁର୍ଜ ଖଲିଫାର ଉଚ୍ଚତା ଦେଖି ଲୋକେ ଏବେବି ତାଜ୍ଜୁବ ହୋଇ ଯାଉଛନ୍ତି। ଏବେ ସେହି ଦୁବାଇ ପୁଣି ବିଶ୍ୱକୁ ଚମତ୍କୃତ କରିବାକୁ ଯାଉଛି। କାରଣ ନିଜ ମାଟିକୁ ସେ ଜହ୍ନ  ଓହ୍ଲାଇ ଆଣିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୁବାଇ ଏବେ ନିଜର ଜହ୍ନ ନିର୍ମାଣ କରିବାକୁ ଯାଉଛି। ଯାହା ଚନ୍ଦ୍ରମା ଆକାରର ଏକ ରିସୋର୍ଟ ହେବ। ଜହ୍ନ ଭଳି ରିସୋର୍ଟର ଡିଜାଇନ କାନାଡା କମ୍ପାନୀ ମୁନ୍ ୱାର୍ଲଡ ରିଜୋର୍ଟ ଇଂକ କରୁଛନ୍ତି।

ଏହି ଜହ୍ନର ଆକାର ୭୩୫ ଫୁଟର ହେବ। ତେବେ ଏଠାରେ ଦେଖିବାର କଥା ହେଲା ଏହି ଜହ୍ନ ନିର୍ମାଣ କରିବାକୁ ୫ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୪୦ ହଜାର କୋଟି ଟଙ୍କା ବ୍ୟୟ ହେବ। ଏହା ଛଡା ଏହି ବିଶାଳ ଜହ୍ନ ତିଆରି ପାଇଁ ୪୮ ମାସ ସମୟ ଲାଗିବ। ଅର୍ଥାତ ଏହା ଲୋକଙ୍କ ଲାଗି ୪ ବର୍ଷରେ ତିଆରି ହୋଇଯିବ। ଦୁବାଇରେ ପୂର୍ବରୁ ଅନେକ ବିଳାଶମୟ ଟୁରିଷ୍ଟ ପ୍ଲେସ୍‌ ରହିଛି। ଯେଉଁଥିରେ ଦୁବାଇ ମଲ ଓ ଆଟଲାଣ୍ଟିସ୍ ପାମ ଜୁମାରେହ ମଧ୍ୟ ଅଛି। ଏହି ଲଗଜରୀ ହୋଟେଲ ଓ ମଲ ସୂଚୀରେ ଏବେ ଜହ୍ନ ବି ଯୋଡି ହୋଇଯିବ।

ଏହି ଜହ୍ନ ତିଆରି ହୋଇଗଲେ ଏଠାକୁ ବାର୍ଷିକ ୨୫ ଲକ୍ଷ ଲୋକେ ବୁଲିବାକୁ ଆସିବେ ବୋଲି ଏକ ଆକଳନ କରାଯାଇଛି। ଦୁବାଇରେ ଜହ୍ନ ଥିମର ଏହି ହୋଟେଲ ସହରର ଅର୍ଥ ବ୍ୟବସ୍ଥାକୁ ନୂଆ ଜୀବନ ଦେବ ବୋଲି ମୁନୱାର୍ଲଡ ରିସର୍ଟ ଇଂକର ସହ ସଂସ୍ଥାପକ ମାଇକେଲ ଆର.ହେଣ୍ଡରସନ କହିଛନ୍ତି। ଏଥିରେ ହସ୍ପିଟାଲିଟି, ଏଣ୍ଟରଟୈନମେଣ୍ଟ, ଏଜୁକେସନ, ଟେକ୍ନୋଲଜି ଓ ସ୍ପେସ୍ ଟୁରିଜିମ ଭଳି କ୍ଷେତ୍ରକୁ ଅଭିବୃଦ୍ଧି ମିଳିବ ବୋଲି ସେ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login