ଭୁବନେଶ୍ୱର : ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କଲେ । ପୂର୍ବ ସରକାରରେ ନଳ ଥିଲା ଜଳ ନ ଥିଲା , ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ କରିଛୁ ବୋଲି କହିଛନ୍ତି ରବି ନାଏକ । ବିଜେଡି ୧୬ଟି ସିଭିଲ ପ୍ରୋଜେକ୍ଟ କରିଥିଲା , ଆମେ ୬୬ଟି ସମ୍ପୁର୍ଣ୍ଣ କରିଛୁ । ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ , ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ । ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ , ଆମେ ୪୭୯୧ କରିଛୁ । ୨୮,୩୫୦ ନଳକୂପ ବିଜେଡି କରିଥିଲେ, ଆମେ ୨୨,୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ ଲାଇନ ବିଛାଇଛି ।
Views: 42











