ଭୁବନେଶ୍ୱର : ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ଲେଖିଛନ୍ତି, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ୟ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ରାଜ୍ୟପାଳ ରଘୁବର ଦାସ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ଜୟନାରାୟଣ ମିଶ୍ର , ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ଶୋକ ପ୍ରକାଶ କରିଛନ୍ତି ।
ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ
ପୁରୀ : ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ଅବହେଳା ଅକ୍ଷମଣୀୟ କହିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ...
ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା, ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ
ଭୁବନେଶ୍ୱର : ରାଜ୍ୟର ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା । ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ପିଲାଙ୍କ ଯତ୍ନନେବା ସହ ସହାୟତା...
ପିପିଲିରେ ଓଏସଆରଟିସି ବସ ଧକ୍କା ଘଟଣା ; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଗତକାଲି ପିପିଲି ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏ ନେଇ ରେ ସହାୟତା ରାଶି ଘୋଷଣା କରିଛନ୍ତି...
ପୁରୀ ଅଘଟଣକୁ ନେଇ ନବୀନଙ୍କ ସମବେଦନା, କହିଲେ ପ୍ରଶାସନ ସମ୍ପୁର୍ଣ୍ଣ ଦାୟୀ
ପୁରୀ : ପୁରୀ ଅଘଟଣ ନେଇ ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ମୃତ ୩ ଭକ୍ତଙ୍କ ପରିବାର ପ୍ରତି ଏକ୍ସରେ ସମବେଦନା ଜଣାଇଲେ । ମହାପ୍ରଭୁ...