କୋଲକତା : ପଶ୍ଚିମବଙ୍ଗ ସିଲିଗୁଡି ନକ୍ସଲବାରିରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଅଗ୍ନିକାଣ୍ଡ ୬୦ଟି ଦୋକାନ ଜଳି ଯାଇଛି । ତେବେ ଅଗଃିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିିନୀ ଦ୍ୱାରା ନିଆଁ ଆୟତ୍ତ । ପୂଜା ପୂର୍ବରୁ ନିଆଁ ଲାଗିଥିବାରୁ ବ୍ୟବସାୟୀଙ୍କ ବ୍ୟାପକ କ୍ଷତି ।
ଖବର ମୁତାବକ, ଦାର୍ଜିଲିଂ ଜିଲ୍ଲାର ନକ୍ସଲବାରି ବଜାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ପାଖାପାଖି ୬୦ ଦୋକାନରେ ନିଆଁ ଲାଗିଯାଇଥିଲା । ପୂଜା ଯୋଗୁଁ ବଜାରର ସବୁ ଦୋକାନରେ ଜିନିଷ ଭରି ରହିଥିଲା । ତେବେ ଆଗକୁ ଦଶହରା ପୂଜା ଥିବାରୁ ବ୍ୟବସାୟୀ ମାନେ ନିଜର ଜିନିଷକୁ ଦୋକାନରେ ଭରି ଭରି ରଖିଥିବା ବେଳେ ଗତକାଲି ରାତିରେ ନିଆଁ ଲାଗି ବ୍ୟବସାୟୀଙ୍କର ବ୍ୟାପକ କ୍ଷତି ହୋଇଥିବାର ଜଣାପଡିଛି । ନିଆଁ ଲାଗିବା ଖବର ମିଳିବା ଜଣେ ତୁରନ୍ତ ଦମକଳ ବାହିନୀର ୬ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ଦଶହରା ବଜାରରେ ନିଆଁ ଲାଗିବା ଯୋଗୁଁ ଦୋକାନୀ ଚିନ୍ତାରେ ରହିଛନ୍ତି ।
ପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୬୦ ଦୋକାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











