କୋଲକତା : ପଶ୍ଚିମବଙ୍ଗ ସିଲିଗୁଡି ନକ୍ସଲବାରିରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଅଗ୍ନିକାଣ୍ଡ ୬୦ଟି ଦୋକାନ ଜଳି ଯାଇଛି । ତେବେ ଅଗଃିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିିନୀ ଦ୍ୱାରା ନିଆଁ ଆୟତ୍ତ । ପୂଜା ପୂର୍ବରୁ ନିଆଁ ଲାଗିଥିବାରୁ ବ୍ୟବସାୟୀଙ୍କ ବ୍ୟାପକ କ୍ଷତି ।
ଖବର ମୁତାବକ, ଦାର୍ଜିଲିଂ ଜିଲ୍ଲାର ନକ୍ସଲବାରି ବଜାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ପାଖାପାଖି ୬୦ ଦୋକାନରେ ନିଆଁ ଲାଗିଯାଇଥିଲା । ପୂଜା ଯୋଗୁଁ ବଜାରର ସବୁ ଦୋକାନରେ ଜିନିଷ ଭରି ରହିଥିଲା । ତେବେ ଆଗକୁ ଦଶହରା ପୂଜା ଥିବାରୁ ବ୍ୟବସାୟୀ ମାନେ ନିଜର ଜିନିଷକୁ ଦୋକାନରେ ଭରି ଭରି ରଖିଥିବା ବେଳେ ଗତକାଲି ରାତିରେ ନିଆଁ ଲାଗି ବ୍ୟବସାୟୀଙ୍କର ବ୍ୟାପକ କ୍ଷତି ହୋଇଥିବାର ଜଣାପଡିଛି । ନିଆଁ ଲାଗିବା ଖବର ମିଳିବା ଜଣେ ତୁରନ୍ତ ଦମକଳ ବାହିନୀର ୬ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ଦଶହରା ବଜାରରେ ନିଆଁ ଲାଗିବା ଯୋଗୁଁ ଦୋକାନୀ ଚିନ୍ତାରେ ରହିଛନ୍ତି ।
ପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୬୦ ଦୋକାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...