The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୁରୁଷୋତ୍ତମପୁରରେ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ

Facebook
Twitter
LinkedIn

ପୁରୁଷୋତ୍ତମପୁର : ଆଜିଠୁ ପୁରୁଷୋତ୍ତମପୁରରେ ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ତେବେ ଭକ୍ତମାନଙ୍କ ମାନସିକ ପୁରଣ ଓ ଦଣ୍ଡୁଆ ମାନଙ୍କର ମାନସିକ ପୁରଣ ପାଇଁ ଏହା କାହିଁ କେଉଁ କାଳରୁ ହୋଇଆସୁଛି। ଏହି ଯାତ୍ରାରେ ପୁରୁଷୋତ୍ତମପୁରରେ ଧୋବା ପୁଞ୍ଜଦା, ଗଉଡ଼ ପୁଞ୍ଜା, ଓ ତେଲି ପୁଞ୍ଜା ନାମକ ତିନୋଟି ଦଳ ଏଥିରେ ଭାଗ ନିଅନ୍ତି । ତେବେ ସେମାନେ ଦଣ୍ଡଯାତ୍ରାର ଗୋଟିଏ ଦିନ ପୂର୍ବରୁ ଘର ଛାଡ଼ି କାଳି ମନ୍ଦିରରେ ନିଷ୍ଠାର ସହିତ ଏହିଯାତ୍ରାକୁ ୨୧ ଦିନ ପାଳନ କରିଥାନ୍ତି । ଏହି ଯାତ୍ରା ବହୁତ କଠିନ ଅଟେ। ତେଣୁ ଏହାର ନାମ ଦଣ୍ଡ ଯାତ୍ରା ଦିଆଯାଇଛି। ଏଥିରେ କେବଳ ଦଣ୍ଡୁଆମାନେ ଦଣ୍ଡ ଦ୍ୱାରା ସେମାନଙ୍କ ମାନସିକ ପୁରଣ କରିବା ସହ ଭକ୍ତମାନଙ୍କର ମନୋବାଞ୍ଛା ମଧ୍ୟ ପୁରଣ କରିଥାନ୍ତି। ଏହି ଦଣ୍ଡ ୩ ପ୍ରକାର। ପ୍ରଥମ ଧୂଳିଦଣ୍ଡ, ଏହାଦ୍ୱାରା ଭକ୍ତଙ୍କର କାର୍ଯ୍ୟ ସିଦ୍ଧି ପାଇଁ ଦଣ୍ଡୁଆମାନେ ଉପବାସରେ ଡହଡହ ଖରାରେ ଗରମ ବାଲିରେ ସେମାନେ ବିଭିର୍ଣ୍ଣ କାର୍ଯ୍ୟ ମା ଦଣ୍ଡ କାଳୀଙ୍କ ଆଜ୍ଞାରେ ପାଳନ କରନ୍ତି। ଦ୍ୱିତୀୟ ଟି ପାଣିଦଣ୍ଡ, ଏଥିରେ ଅପରାହ୍ନ ୪ଟା ବେଳେ ପୋଖରୀ, ନଈରେ ମଧ୍ୟ ସେମାନଙ୍କର କାର‌୍ୟ୍ୟ କରି ଦାନ୍ତ ଘସନ୍ତି, ସ୍ନାନ କରନ୍ତି ଏବଂ ସବୁ ନିୟମକୁ ପାଳନ କରନ୍ତି । ଯାଇ ନଗର ଭ୍ରମଣ ପରେ ମାଙ୍କ ପ୍ରଭାଧାରୀ ନିଆଁ ଜଳାଇ ଠାକୁରାଣୀଙ୍କ ରୀତିନୀତି କାର୍ଯ୍ୟ କରାଯାଏ ।ତେଣୁ ଶିବଙ୍କ ପ୍ରତିମା ସହିତ ଦଣ୍ଡ କାଳୀଙ୍କ ପ୍ରଭାକୁ ଧରି ଲୋକମାନେ ଖାଲି ପାଦରେ ଚାଲି ଚାଲି ଭକ୍ତଙ୍କ ଦୁଆରକୁ ଯାଆନ୍ତି। ପରେ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ। ଏଭଳି ଭାବେ ୩ଟି ଦଣ୍ଡ ଦଳ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ କରନ୍ତି । ଏବଂ ତାପରେ ଦିନ ଶୁଦ୍ଧି ହୋଇ ନିଜ ଘରକୁ ଯାଆନ୍ତି । ଏପରି ଭାବେ ୨୧ ଦିନ ବ୍ୟାପି ଦଣ୍ଡ ଯାତ୍ରା କରାଯାଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login