ଭୁବନେଶ୍ୱର : ଭିଜିଲାନ୍ସ ଚଢାଉ ନେଇ ମନ୍ତ୍ରୀ ରବି ନାୟକଙ୍କ ଇସାରା । ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷା ମାନେ ରହିଛନ୍ତି । ପୁରୁଣା ମୂଷା ହେଉକି ନୂଆ ଦଣ୍ଡ ନିଶ୍ଚିତ ପାଇବେ । ସେ କହିଛନ୍ତି, ବିଭାଗରେ ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ। ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ ଯିଏ କି ଏବେ ଭିଜିଲାନ୍ସରେ ଧରାପଡ଼ିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଁ ନିଜେ ୯ ଜଣ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ନିଲମ୍ବିତ କରିଛି। ଆମ ପାଖକୁ କିଛି ଅଭିଯୋଗ ଆସିଥିଲା। ଏହାପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଯିଏ ଦୁର୍ନୀତି କରିବ ତା ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।
Views: 69