The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୁରୁଣା ପେନସନକୁ ନେଇ ସରକାର ଦେଲେ ଖୁସି ଖବର

Facebook
Twitter
LinkedIn

ଅନେକ ରାଜ୍ୟରେ ବହୁତ ଜଲଦି ପୁଣି ଫେରିବ ପୁରୁଣା ପେନସନ୍‌ ଯୋଜନା । ସାରା ଦେଶରେ ପୁରୁଣା ପେନସନ ଯୋଜନାକୁ ନେଇ ଲଗାତାର ଭାବେ ଦାବି କରାଯାଉଛି । ନୂଆ ପେନସନ ଯୋଜନା ଅନୁସାରେ, ପୁରୁଣା ପେନସନ ଯୋଜନାକୁ ଅଧିକାଂଶ ରାଜ୍ୟରେ ଫେରାଇ ଆଣିବା ପାଇଁ ଦାବି ହେଉଛି । ଏପରିକି ଅନେକ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରି ଦିଆଯାଇଛି । ତେବେ ଏହାମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାକୁ ନେଇ ଆଣିଛନ୍ତି ଏକ ବଡ ଖୁସି ଖବର । ନୂଆ ପେନସନ ଯୋଜନାରେ କିଛି ବଡ ପରିବର୍ତ୍ତନ ଆଣିପାରନ୍ତି ମୋଦି ସରକାର ।

ସୂଚନା ଅନୁସାରେ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ରାଜ୍ୟରେ ପ୍ରଥମରୁ ହିଁ ନୂଆ ପେନସନ ଯୋଜନା ବନ୍ଦ କରି ପୁରୁଣା ପେନସନ ଯୋଜନା ଲାଗୁ କରି ଦିଆଯାଇଛି । ସରକାରୀ ସମ୍ପତ୍ତି ଉପରେ କୌଣସି ବୋଝ ନ ଦେଇ ସରକାର ବର୍ତ୍ତମାନର ପେନସନ ସିଷ୍ଟମରେ ପରିବର୍ତ୍ତନ କରିବା ପାଇଁ କହିଛନ୍ତି ସରକାରୀ କର୍ମଚାରୀ । ଏହାଦ୍ୱାରା କର୍ମଚାରୀମାନଙ୍କୁ କିମ୍ବା ସେମାନଙ୍କ ପେନସନରେ କୌଣସି ଅସୁବିଧା କିମ୍ବା କ୍ଷତିର ସାମନା କରିବାକୁ ପଡିବ ନାହିଁ । ଅଧିକାରୀମାନଙ୍କ କହିବା ଅନୁସାରେ, ସରକାର ଏନପିଏସରେ ଏମିତି ଏକ ପରିବର୍ତ୍ତନ କରନ୍ତୁ ଯେଉଁଥିରେ ୪୧.୭ପ୍ରତିଶତର ଏକ ବଡ ଆମାଉଣ୍ଟ ରିଟର୍ଣ୍ଣ ମିଳିପାରିବ । ଏହି ମଡେଲ ଓପିସିର ବିପରୀତ ଏବଂ ଏହା ଏକମାତ୍ର ସମସ୍ୟା ବୋଲି କହିଛନ୍ତି ଅଧିକାରୀ ।ତେବେ ପୁରୁଣା ପେନସନ ଯୋଜନା ଏହା ଅପେକ୍ଷା ଖୁବ ଭିନ୍ନ । ଓପିଏସରେ ଅବସର ପରେ କର୍ମଚାରୀଙ୍କୁ ଦରମାର ଅଧା ଟଙ୍କା ପେନସନ ଆକାରରେ ଦିଆଯାଇଥାଏ । କିନ୍ତୁ ନୂଆ ପେନସନ ସ୍କିମରେ କର୍ମଚାରୀଙ୍କ ବେସିକ ସାଲାରୀ ସହିତ ଡିଏ ୧୦ ପ୍ରତିଶତ କାଟ୍ ହୋଇଥାଏ । ପୁରୁଣା ପେନସନ୍‌ ଯୋଜନା ବିଷୟରେ କହିବା ତ ଏଥିରେ ରିଟାୟର୍ଡ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ମଧ୍ୟ ତାଙ୍କ ପରିଜନଙ୍କୁ ପେନସନ୍‌ ମିଳିଥାଏ । ଉଦାହରଣ ଭାବେ କହିବୁ ତ ଯଦି ଏବେ କୌଣସି କର୍ମଚାରୀଙ୍କୁ ୮୦,୦୦୦ ଟଙ୍କା ସାଲାରୀ ମିଳୁଛି, ତାହେଲେ ପରେ ପୁରୁଣା ପେନସନ୍‌ ଯୋଜନା ହିସାବରେ ତାଙ୍କୁ ପ୍ରାୟ ୩୫ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌ ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login