ପୁରୀ : ପୁରୀ ରଥ ଯାତ୍ରା ପାଇଂ ଟ୍ରାଫିକ ବ୍ୟବସ୍ଥା ନେଇ ଏଡିଜେଙ୍କ ପ୍ରେସମିଟ । ଟ୍ରାଫିକ ନିୟନ୍ତ୍ରଣ ପାଇଂ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ୧୪ଟି ସେକ୍ଟର , ୨୯ଟି ଜୋନରେ ବିଭକ୍ତ କରାଯାଇଛି । କୁମ୍ଭାରପଡା ଥାନାରେ କଣ୍ଟ୍ରୋଲ ରୁମ ରହିବ ।ମୋଟ ୨୪ ଟି ପାର୍କିଂ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ବସ ମାଳତୀପାଟପୁର ବସ ଷ୍ଟାଣ୍ଡ ରହିବ । ଅନ୍ୟ ବସ ମାଳତୀପାଟପୁର ଦେଇ ତାଳବଣିଆରେ ପାର୍କିଂ ହେବ । ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ମାଳତୀପାଟପୁର ଦେଇ ତାଳବଣିଆରେ ପାର୍କିିଂ ହେବ । କୋଣାର୍କରୁ ଆସୁଥିବା ୪ ଚକିଆ ଗ୍ରୀଡ ଷ୍ଟେସନ ଦେଇ ଆସିବେ । ଗ୍ରୀଡ ଷ୍ଟେସନ ଦେଇ ଆଇଟିଆଇ, ଭୂଦାନ ଓ ଇନଡୋର ଷ୍ଟାଡିୟମରେ ପାର୍କିଂ ହେବ । ବ୍ରହ୍ମଗିରି ପଟୁ ଆସୁଥିବା ୪ ଚକିଆ ମଙ୍ଗଳାଘାଟ ଦେଇ ଫ୍ଲୋରିସ ଇଣ୍ଡିଆରେ ପାର୍କିିଂ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ମାଗଣା ଇ-ଯାନ ବ୍ୟବସ୍ଥା ।
Views: 83











