The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

‘‘ପୁରୀ ଟୋକା’’ ରାପ୍ ସଙ୍ଗୀତରେ ପୁରୀର ଯୁବ କଣ୍ଠଶିଲ୍ପୀ ସମୀର ରିସୁଙ୍କ କମାଲ

Facebook
Twitter
LinkedIn

ଓଡିଶାର ଘରେ ଘରେ ବେଶ୍ ଲୋକପ୍ରିୟତା ଅର୍ଜନ କରି ରାପ୍ ସଙ୍ଗୀତରେ ପୁରୀର ଯୁବ କଣ୍ଠଶିଲ୍ପୀ କମାଲଦେଖାଇଛନ୍ତି । ଏବେ ସମସ୍ତଙ୍କ ମନରେ ଜାଗା କିଣୁଛି ‘‘ ମୁଁ ପୁରୀ ଟୋକା ଆମ ଷ୍ଟାଇଲ୍ ପୁରା ଚୋଖା ମୁଁ ଓଡିଆ ମୋ ଖାଦ୍ୟ ବଢିଆ’’ । ରାପ୍ କଳାକାର ସମୀର ରିସୁ ମହାନ୍ତି ଓରଫ୍ ବିଗ୍ ଡିଲ୍ ରଥଯାତ୍ରା , ସାହିଯାତ, ମାଲକଙ୍କ , ଗୋଟିପୁଅ ପ୍ରସଙ୍ଗକୁ ନେଇ ଏହି ରାପ୍ ସଙ୍ଗୀତ ‘‘ପୁରୀ ଟୋକା’’ ପ୍ରସ୍ତୁତ କରିଛନ୍ତି । ଆଜିକାଲି ଦିନକୁ ଦିନ କଳା ସଂସ୍କୃତିକୁ ଯୁବଗୋଷ୍ଠୀ ଭୁଲିଯାଉଥିବା ହେତୁ ଏହି ରାପ୍ ମାଧ୍ୟମରେ ପୁଣି ଯୁବଗୋଷ୍ଠୀଙ୍କୁ ଆମ କଳା ଓ ସଂସ୍କୃତି ମନେପକାଇଦେବା ଏକ ବଡ ଲକ୍ଷ୍ୟ । ଏହି ରାପ୍‌ଟି ଓଡିଆ ଓ ଜଗନ୍ନାଥ ସଂସ୍କୃତିକୁ ନେଇ ନିର୍ମାଣ କରାଯାଇଛି । ଏହା ପୂର୍ବରୁ ଜାତୀୟତାବାଦକୁ ମିଜୋରାମର ଆଇଏମ୍ ଚିଙ୍କି ରାପ୍‌ଟି ମଧ୍ୟ ବିଗ୍ ଡିଲ୍‌ଙ୍କୁ ବେଶ୍ ଚର୍ଚ୍ଚିତ କରିଥିଲା । ତାହା ସହ ବଲିୟୁଡ୍‌ର ସୁପର୍‌ଷ୍ଟାର୍ ଶାହାରୁଖାନ୍‌ଙ୍କ ଜନ୍ମଦିବସରେ ତାଙ୍କୁ ଶୁଭେଚ୍ଛା ଜଣାଇ କରିଥିବା ରାପ୍‌ଟିରେ ବେଶ୍ ପ୍ରଶଂସା ପାଇଥିଲେ । ତାଙ୍କ ଦ୍ୱାରା ନିର୍ମିତ ହ୍ୱାଏ କଲ୍‌ମି କରୋନାରେ ରାପ୍‌ଟି ୨୦୨୦ ମସିହାରେ ଆର୍ନ୍ତଜାତୀୟ ଚଳର୍ଚ୍ଚିତ୍ର ମହୋତ୍ସବରେ ନୋମିନେଟେଡ ହୋଇଥିଲା । ବର୍ତ୍ତମାନ ରିଲିଜ୍ ହେବାକୁ ଥିବା ପୁରୀ ଟୋକା ରାପ୍ ସଙ୍ଗ୍ କୁ ସବୁବର୍ଗର ଲୋକ ମାନଙ୍କୁ ଭଲ ଲାଗିବ ବୋଲି ଆଶା ରଖିଛନ୍ତି ‘‘ପୁରୀ ଟୋକା’’ରାପ୍‌ର ଉଭୟ ନିର୍ଦ୍ଦେଶକ ଓ କଳାକାର । ଏହି ରାପ୍ ସଙ୍ଗ୍‌ରେ ବିଗ୍‌ଡିଲ୍‌ଙ୍କୁ ସାଥ୍ ଦେଇଛନ୍ତି ଶ୍ରୀକ୍ଷେତ୍ର ସାହିଯାତ ଉପରେ ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପୁରୀ ଟୋକା ରାପ୍‌ଟି ୟୁଟ୍ୟୁବ୍ ରେ ଲୋକାର୍ପିତ ହୋଇଛି । ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ କହିଛନ୍ତି ପୁରୀ ହେଉଛି କଳା ଓ ସଂସ୍କୃତିର ଗନ୍ତାଘର ସଠିକ୍ ଭାବେ ପ୍ରୋତ୍ସାହନ ମିଳିପାରିଲେ ପୁରୀରୁ ଅନେକ ପ୍ରକାର କଳାକାର ଜାତୀୟ ତଥା ଆର୍ନ୍ତଜାତିୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login