ୟୁପି : ଟଳିଗଲା ବଡ଼ ଦୁର୍ଘଟଣା । ରକ୍ଷା ପାଇଲା ନନ୍ଦନକାନନ ଏକ୍ସପ୍ରେସ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଉତ୍ତରପ୍ରଦେଶର ଚୌନ୍ଦଳିରେ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ ପାଖରେ ବଡ଼ ରେଳ ଦୁର୍ଘଟଣାରୁ ରକ୍ଷା ପାଇଛି ଟ୍ରେନ । କପ୍ଲିଂ ଖସିବାରୁ ଦୁଇ ଭାଗ ହେଲା ଟ୍ରେନ୍ । ୩ ଘଣ୍ଟା ଧରି ଅଟକି ରହିଲେ ଟ୍ରେନ୍ ଯାତ୍ରୀ । ତେବେ ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଖବର ମୁତାବକ, ଦିଲ୍ଲୀ ଆନନ୍ଦବିହାରରୁ ପୁରୀ ଆସୁଥିଲା ୧୨୮୭୬ ନଂ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍ । ସ୍ଲିପର୍ ଏସ-୪ର କପ୍ଲିଂ ଛିଣ୍ଡି ପଡ଼ିବାରୁ ଟ୍ରେନ ଦୁଇଭାଗ ହୋଇଯାଇଥିଲା । ଫଳରେ କିଛି କିଛି ଦୂରରେ ଟ୍ରେନ ଦୁଇ ଖଣ୍ଡ ଅଟକି ଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଥିଲେ । ଘଟଣା ପରେ ଟ୍ରେନ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲୁଛି ।
Views: 33