The Ultimate Managed Hosting Platform
ADVERTISEMENT

ପୁରୀରେ ଆସିଥିଲା କି ଗୁଡ୍ଡୁ ମୁସଲିମ ?

Facebook
Twitter
LinkedIn

ଭୁବନେଶ୍ୱର: ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶା ରହିଛି । ପୁରୀରେ ବମ୍ ସ୍ପେଶାଲିଷ୍ଟ ଗୁଡ୍ଡୁ ଲୁଚିଥିଲା ବୋଲି ଜଣାପଡିଛି । ଅସଦ୍ ଓ ଗୁଲାମର ଏନକାଉଣ୍ଟର ହେବା ସମୟରେ ଅଣ୍ଡର ଗ୍ରାଉଣ୍ଡ ହୋଇଥିଲା ଗୁଡ୍ଡୁ । ଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଶେଷ ଲୋକେସନ୍ ଓଡ଼ିଶା ଦେଖାଇବା ପରେ ପୁରୀରେ ଏସଟିଏଫ୍ ଟିମ୍ ପହଞ୍ଚିଥିଲା । ତେବେ ସେତେବେଳକୁ ପୁରୀରୁ ଫେରାର ହୋଇଯାଇଥିଲା ଗୁଡ୍ଡୁ । ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଉମେଶ ପାଲ ହତ୍ୟା ପରେ ଗୁଡ୍ଡୁ ଝାନସୀରେ ୫ଦିନ ରହିଥିଲା । ପରେ ମିରଟରେ ଅତିକର ଭଉଣୀ ଆୟଶା ନୁରୀ ଘରେ ଗୁଡ୍ଡୁକୁ ଦେଖିବାକୁ ମିଳିଥିଲା । ଏହାପରଠୁ ଗୁଡ୍ଡୁର ସୁରାକ ମିଳୁନଥିଲା। ପରେ କର୍ଣ୍ଣାଟକ ଓ ଓଡ଼ିଶାରେ ଗୁଡ୍ଡୁର ଲୋକେସନ୍ ଟ୍ରେସ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login