ପୁରୀ : ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଷୋଡଶ ଅର୍ଥ କମିଶନ । ଅରବିନ୍ଦ ପାନଗାରିଆଙ୍କ ନେତୃତ୍ୱରେ ଅର୍ଥ କମିଶନଙ୍କ ସଦସ୍ୟ ମାନେ ଗତକାଲି ପୁରୀ ଓ କୋଣାର୍କ ପରିଦର୍ଶନ କରିଛନ୍ତି । ଶ୍ରୀମନ୍ଦିରକୁ ଯାଇ ସେମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।ଅପରାହ୍ନରେ ଅର୍ଥ କମିଶନର ସଦସ୍ୟମାନେ ବ୍ଲୁ ଫ୍ଲାଗ ବିଚ୍ ପରିଦର୍ଶନ କରିଥିଲେ । ସନ୍ଧ୍ୟାରେ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟ ସ୍ଥଳ ଘୋଷିତ କୋଣାର୍କର ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିଲେ କ୍ଷ
Views: 90







