ପୁରୀ : ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ ।ସକାଳ ୬ଟାରୁ ବିଜେଡିର ହରତାଳ । ଘରୋଇ ବସ ଚଳାଚଳ ପ୍ରଭାବିତ । ବଳଙଅଗା ପୀଡିତା ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ହରତାଳ । ପିପିଲି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ପୋଲିସର ତଦନ୍ତ ଉପରେ ମଧ୍ୟ ବିଜେଡ଼ି ପ୍ରଶ୍ନ ଉଠାଇଛି । ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି କ୍ଷ ପିଡୀତା ପରିବାରକୁ ନ୍ୟୟ ଦାବି କରି ପୁରୀରେ ଦୋକାନ ବଜାର ବନ୍ଦ ସହ ଗାଡି ମୋଟର ଚଳା ଚଳ ବନ୍ଦ କରିବା ଲାଗି ନିବେଦନ କରିଛି ବିଜେଡି କ୍ଷ
Views: 33