The Ultimate Managed Hosting Platform
ADVERTISEMENT

ପୁରୀରୁ ୨ ବ୍ରାଉନ୍‌ସୁଗାର ବେପାରୀ ଗିରଫ

Facebook
Twitter
LinkedIn

ପୁରୀ : ୨ ବ୍ରାଉନ୍‌ସୁଗାର ବେପାରୀ ଗିରଫ । ଆନ୍ତଃ ଜିଲ୍ଲା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ । ପୁରୀ ଏସ୍‌ଟିଏଫ ଓ ବାସେଳି ସାହି ଥାନା ପୋଲିସ ଦ୍ୱାରା ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ସୂଚନା ଅନୁଯାୟୀ, ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତର ଘର ଖୋର୍ଦ୍ଧା ଦିଓ୍ୱା ଗାଁର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି । ତେବେ ଗିରଫ ଦୁଇ ଅଭିଯୁକ୍ତ ଅନେକ ସମୟରେ ପୁରୀ ଆସି ବ୍ରାଉନ ସୁଗାର ବେପାର କରୁଥାନ୍ତି । ଏ ନେଇ ରବିବାର ବିଳମ୍ବିତ ରାତିରେ କାରବାର ନେଇ ଖବର ପାଇବା ପରେ ବାସେଳୀ ସାହି ଥାନା ଓ ଏସଟିଏଫ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ଦୁଇ ଅଭିଯୁରକ୍ତଙ୍କୁ ଗିରଫ କରାଯାଇଛି । ଏହାପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି।

ସେହିପରି ପୋଲିସ ଦୁଇ ଅଭିଯୁକ୍ତଙ୍କ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏମାନଙ୍କ ଠାରୁ ପୋଲିସ ୧୧ ହଜାର ଟଙ୍କା, ୬ଟି ମୋବାଇଲ ଫୋନ ସହ ଦୁଇଟି ବାଇକ ମଧ୍ୟ ଜବତ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login