ଭୁବନେଶ୍ୱର : ପୁନର୍ବିଚାର ହେବ ଆଦିବାସୀ ଜମି ହସ୍ତାନ୍ତର ସଂଶାଧେନ ପ୍ରସ୍ତାବ । ରାଜ୍ୟ କ୍ୟାବିନେଟ ବୈଠକରେ ନିଆଗଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ଏ ନେଇ ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦ ନିକଟକୁ ପଠାଗଲା । ତର୍ଜମା କରିବାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିସ । ୧୪ରେ ଆଦିବାସୀ ଆଇନରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା । ବିବାଦ ପରେ ୧୬ ତାରିଖରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା । ନିଷ୍ପତ୍ତି ସ୍ଥଗିତ ସତ୍ତ୍ୱେ ବିରୋଧୀଙ୍କ ବିରୋଧ ଜାରି ରହିଥିଲା । ସେହିପରି ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି । ଆଜି କ୍ୟାବିନେଟ୍ ରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।
Views: 85