ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଣି ହେଲା ମହାସ୍ନାନ ନୀତି । ବେହରଣ ଦ୍ୱାର ନିକଟରେ ଜଣେ ଭକ୍ତ ବାନ୍ତି କରିବାରୁ ମହାସ୍ନାନ । ସକାଳେ ଜଣେ ନିବୃତ୍ତ ସେବାୟତଙ୍କ ବିବାଦରୁ ମହାସ୍ନାନ ହୋଇଥିଲା ।
ଶ୍ରୀମନ୍ଦିରରେ ତୁଟିଲା ସେବାୟତଙ୍କ ବିବାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି । ଦୀର୍ଘ ୫ ଘଣ୍ଟା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି। ଏହାପରେ ତଡପଲାଗି,ଅବକାଶ ଓ ସୂର୍ୟ୍ୟପୂଜା ଇତ୍ୟାଦି ନୀତିକାନ୍ତି ଆଗେଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କରିଥିଲେ ସେବାୟତ। ସେବାରୁ ନିବୃତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ଦେଖାଦେଇଥିଲା।
Views: 100