ଭୁବନେଶ୍ୱର : ପୁଣିଥରେ ହିଞ୍ଜିଳିରୁ ବିଧାନସଭା ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ବିଜେଡି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ଏଥର ପୁଣିଥରେ ନବୀନ ହିଞ୍ଜିଳିରୁ ନିର୍ବାଚନ ଲଢିବା ସ୍ପଷ୍ଟ ହେଇଛି । ତେବେ ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ବିଜେଡି ସୁପ୍ରିମୋ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି । ଗତବର୍ଷ କେବଳ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ ।
Views: 94











