ସୁନ୍ଦରଗଡ : ଚିନ୍ତା ବଢାଇଲାଣ ିସ୍କ୍ରବ ଟାଇଫସ । ସୁନ୍ଦରଗଡରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ। ୪୫ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ ପହଞ୍ଚିଛି ।
ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ୧୨ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ସୁସ୍ଥ ହେଲେଣି ୧୯୮ ଆକ୍ରାନ୍ତ । ତେବେ ଭୟ କରିବାର କିଛି ନାହିଁ। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି। ସଚେତନତା ଏବଂ ସତର୍କତା ରୁ ହିଁ ଏହି ସ୍କ୍ରବ ଟାଇଫସକୁ ଦମନ କରାଯାଇପାରିବ।
Views: 100











