କଟକ : ପୁଣି ଧକ୍କା ଦେଲା ମୋ ବସ । ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ । କଟକ ଖାନନଗର ମଲା ଚଣ୍ଡିଆ ଟ୍ରାଫିକ ଛକରେ ଦୁର୍ଘଟଣା । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ । ଘଟଣାସ୍ଥଳରେ ଚାପା ଉତ୍ତେଜନା , ପୋଲିସର ତଦନ୍ତ ଜାରି । ତେବେ ଏହି ଘଟଣା ସ୍ଥାନୀୟ ଲୋକେ ମୋ ବସ୍ ଚାଳକର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି ।ସୂଚନା ଯୋଗ୍ୟ ଗତକାଲି ମୋ ବସ୍ ଧକ୍କାରେ ୨ ଜଣ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ବିଡିଏ ଛକରେ ଦୁର୍ଘଟଣା ଘଟିଥିଲା । ସେହିପରି ଫେବୃୟାରୀ ୪ରେ ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ମୋ ବସ୍ ଧକ୍କାରେ ଅଜ୍ଞେ ୧୩ ବର୍ଷ ନାବାଳିକାର ମୃତ୍ୟୁ ହୋଇଥିଲା । ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ଧକ୍କା ଦେଲା ମୋ ବସ୍ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ ।
Views: 62











