The Ultimate Managed Hosting Platform
ADVERTISEMENT

ପୁଣି ଠପ୍ ହେଲା ସରକାରୀ ଆମ୍ବୁଲାନ୍ସ ଯୋଜନା : କାନ୍ଧରେ ଭୁଆ ହେଲା ଶବ

Facebook
Twitter
LinkedIn

ଟାଙ୍ଗୀ : ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀର ସରକାରୀ ଡାକ୍ତରଖାନାରେ । ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତୀ ହୋଇଥିବା ବେଳେ ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମହିଳାଙ୍କ ପରିବାର ଲୋକେ ମୃତଦେହକୁ ଘରକୁ ନେବାକୁ ଚାହୁଁଥିବା ବେଳେ ମେଡିକାଲ କ୍ୟାମ୍ପସ୍‌ରେ ଥିବା ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାଦାଗିରି ଆରମ୍ଭ ହୋଇଥିଲା । ଫଳରେ ମୃତ ମହିଳାଙ୍କ ପରିବାର ଲୋକ ଶବକୁ କାନ୍ଧରେ ଘରକୁ ନେବାପାଇଁ ବାଧ୍ୟ ହୋଇ ପଡିଥିଲେ ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ପଟିଆ-ମାଳ ଗ୍ରାମର ଦାମ ନାୟକଙ୍କ ପତ୍ନୀ ସାଧବା ନାୟକଙ୍କୁ ନିଜ ଘରେ ବିଦ୍ୟୁତ ଆଘାତ ଲାଗିବା ଯୋଗୁଁ ଟାଙ୍ଗୀ ମେଡିକାଲ ଆସିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆକସ୍ମିକ ଦୁର୍ଘଟଣା ଅଥବା ସନ୍ଦେହଜନକ ମୃତ୍ୟୁକୁ ନେଇ ଟାଙ୍ଗୀ ମେଡିକାଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା । ହେଲେ ପୋଲିସ ଶବ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପୋଲିସ ମେଡିକାଲକୁ ଆସି ମହିଳାଙ୍କ ମୃତଦେହ ଆତ୍ମୀୟଙ୍କୁ ହସ୍ତାନ୍ତର କରି ଚାଲିଗଲା । ଶବକୁ ଘରକୁ ନେବା ପାଇଁ ପରିବାର ଲୋକେ ଏକ ଅଟୋରିକ୍ସା ଭଡା ସୂତ୍ରରେ ଆଣିଥିଲେ । ହେଲେ ଟାଙ୍ଗୀ ମେଡିକାଲ ମଧ୍ୟରୁ ଶବ କେବଳ ଘରୋଇ ଆମ୍ବୁଲାନ୍ସରେ ଯିବ ଏବଂ ଏଥିପାଇଁ ୩ ହଜାର ଟଙ୍କା ଦାବି କରି ଆରମ୍ଭ କରିଥିଲେ ଦାଦାଗିରି। ଏପରିକି ମୃତ ମହିଳାଙ୍କ ପରିବାରଲୋକ ଆଣିଥିବା ଅଟୋରିକ୍ସାରେ ଶବ ନେବା ସମ୍ଭବ ହୋଇନଥିଲା । ଆଉ ଶେଷରେ ମୃତ ମହିଳାର ଶବକୁ କାନ୍ଧେଇ-କାନ୍ଧେଇ ଘରକୁ ନେବା ପାଇଁ ବାଧ୍ୟ ହୋଇ ପଡିଥିଲେ ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login