The Ultimate Managed Hosting Platform
ADVERTISEMENT

ପୁଣି ଟ୍ରେନରେ ନିଆଁ, ହୁ ହୁ ହୋଇ ଜଳିଲା ଜେନେରେଟର ବଗି

Facebook
Twitter
LinkedIn

ମୁମ୍ବାଇ : ଏକ୍ସପ୍ରେସ ଟ୍ରେନରେ ନିଆଁ । ଗୁଜରାଟର ଭଲସାଡରେ ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍ସଫର ଏକ୍ସପ୍ରେସ ଟ୍ରେନରେ ନିଆଁ । ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ଟ୍ରେନ୍ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ସୂଚନା ଅନୁଯାୟୀ ଜେନେରେଟର କମ୍ପାର୍ଟମେଣ୍ଟରୁ ନିଆଁ ଯାତ୍ରୀ କୋଚକୁ ଲାଗିଯାଇଥିଲା। ଏହାପରେ ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନରୁ ଅଲଗା କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନି ହେବାର ଖବର ନାହିଁ। ବର୍ତ୍ତମାନ ନିଆଁକୁ କାବୁ କରିବାକୁ ପ୍ରୟାସ କରାଯାଉଛି।ଜେନେରେଟର ରୁମ୍ରେ ନିଆଁ କିପରି ଲାଗିଲା, ତାହା ଏ ପର୍ୟ୍ୟନ୍ତ ଜଣାପଡ଼ିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login