କୋଲକତା : ପୁଣି ମଝି ଆକାଶରେ ଟଳିଲା ବଡ଼ ବିପଦ । ଅଘଟଣରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ଏକ ବିମାନ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ମଝି ଆକାଶରେ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିଲା । ଏନେଇ ବିମାନର ପାଇଲଟ୍ କୋଲକାତା ଏଟିସିକୁ ସୂଚନା ଦେଇଥିଲେ । ଏହାପରେ ବିମାନକୁ କୋଲକତାରେ ଜରୁରୀ ଅବତରଣ କରାଯାଇଥିଲା । ଖବର ମୁତାବକ, ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିମାନଟି ବାହାରିଥିଲା । ସ୍ପାଇସ ଜେଟ ବିମାନ କୋଲକତାରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ଏହାର ଗୋଟିଏ ଇଞ୍ଜିନ୍ କାମ କରିନଥିଲା । ତେଣୁ ପାଇଲଟ୍ ଜରୁରୀକାଳୀନ ଲ୍ୟାଣ୍ଡିଂ ପାଇଁ କୋଲକତା ଏଟିସିକୁ ଅନୁମତି ମାଗିଥିଲେ । ତୁରନ୍ତ ତାଙ୍କୁ ଏନେଇ ଅନୁମତି ମିଳିଥିଲା । ଅନୁମତି ମିଳିବା ପରେ ବିମାନଟି ଅବତରଣ କରିଥିଲା । ବିମାନକୁ ସୁରକ୍ଷିତ ଅବତରଣ କରାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ତେବେ ଅଘଟଣ ବିଷୟରେ ଜାଣିବା ପରେ କୋଲକାତା ବିମାନ ବନ୍ଦରରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଁଚି ଯାଇଥିଲେ ।
ପୁଣି ଜରୁରୀ ଅବତରଣ କଲା ସ୍ପାଇସଜେଟ ବିମାନ, ଇଂଜିନ ଫେଲ କାରଣରୁ ଅବତରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











