ନୂଆଦିଲ୍ଲୀ : ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ସେହି ବିମାନରେ ୫ଜଣ ସାଂସଦ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଏପରି ଘଟିଥିଲା ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଚେନ୍ନାଇ ବିମାନବନ୍ଦରରେରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ସେଠାରେ ଅଧିକ ତଦନ୍ତ କରାଯିବ ।
Views: 34