The Ultimate Managed Hosting Platform
ADVERTISEMENT

ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଜୟପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ୧୮ ମିନିଟ୍ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ବିମାନକୁ ପୁଣି ରନୱେରେ ଜରୁରୀ ଅବତରଣ କରିବାକୁ ପଡିଥିଲା ।ସୂଚନାନୁଯାୟୀ, ଏୟାର ଇଣ୍ଡିଆ ବିମାନ AI-612 ଅପରାହ୍ଣ ପ୍ରାୟ ୧.୫୮ ରେ ଜୟପୁର ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପ୍ରାୟ ୧.୩୫ ମିନିଟ୍ ସମୟରେ ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହା ପରେ ପାଇଲଟ ସମସ୍ତ ଯାତ୍ରୀବାହୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେରିବାକୁ ନିଷ୍ପତ୍ତି ନେଇଥିଲେ। ପାଇଲଟ୍ ତ୍ରୁଟି ବିଷୟରେ ଜାଣିବା ମାତ୍ରେ ତୁରନ୍ତ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ବିମାନଟି ପ୍ରାୟ ୧୮ ମିନିଟ୍ ପର୍ୟ୍ୟନ୍ତ ଆକାଶରେ ରହିବା ପରେ ଅପରାହ୍ଣ ୨.୧୬ ମିନିଟ୍ ସମୟରେ ଜୟପୁର ବିମାନ ବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନରେ ଥଇବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡିଛି । ବର୍ତ୍ତମାନ ବିମାନର ଯାନ୍ତ୍ରିକ ତ୍ରୁଟିର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login