ନୂଆଦିଲ୍ଲୀ : ବଢୁଛି ଓଡିଆଙ୍କ ସମ୍ମାନ । ପୁଣି ଜଣେ ଓଡିଆଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ଜମ୍ମୁ କଶ୍ମୀରର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ। ଜମ୍ମୁ କଶ୍ମୀରର ୧୭ ତମ ଡିଜିପି ଭାବେ ଦିଲବାଗ ସିଂଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂଆ ଦାୟିତ୍ବ ନେବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି । ୧୯୯୧ ବ୍ୟାଚର AGMUT କ୍ୟାଡରର ଓଡ଼ିଆ ଆଇପିଏସ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ। ଜଣେ ଦକ୍ଷ, ସଚ୍ଚୋଟ ଆଇପିଏସ ଅଧିକାରୀ ଭାବେ ସେ ବେଶ ଲୋକପ୍ରିୟ। ୨୦୦୦ ମସିହାରେ ଯେତେବେଳେ ଜମ୍ମୁକଶ୍ମୀରରେ ଆତଙ୍କବାଦ ଚରମସୀମାରେ ଥିଲା, ସେତେବେଳେ ଜମ୍ମୁ କଶ୍ମୀରର ଦୁଇ ରାଜଧାନୀରେ ସେ ବରିଷ୍ଠ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ। ପରେ ପନ୍ଦର ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ରହି ଅନେକ ପଦପଦବୀରେ ଦାୟିତ୍ବ ନିର୍ବାହ କରିଛନ୍ତି। ନିଜ କାର୍ୟ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଫରେନ ପୋଷ୍ଟିଂ ମଧ୍ୟ ମିଳିଥିଲା।
Views: 88