ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬୬ ରହିଛି । ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୫୬୪ ମାମଲା ସାମ୍ନାକୁ ଆସିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୧୪୮୭ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ମହାରାଷ୍ଟ୍ରରେ ୫୨୬, ଦିଲ୍ଲୀରେ ୫୬୨, କର୍ଣ୍ଣାଟକରେ ୪୩୬, ତାମିଲନାଡୁରେ ୨୧୩, ପଶ୍ଚିମବଙ୍ଗରେ ୫୩୮, ଗୁଜରାଟରେ ୫୦୮, ଉତ୍ତର ପ୍ରଦେଶରେ ୧୯୮ମାମଲା ରହିଛି । ୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୭ ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀରେ ୨, କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
Views: 35