ନୂଆଦିଲ୍ଲୀ : ଏବେ ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି । କେତେବେଳେ ଟ୍ରକରେ ଯାତ୍ରା କରୁଥିବାର ତ କେତେବେଳେ ଚାଷଜମିରେ ଚାଷୀଙ୍କ ସହିତ ଯିବା, ପୁଣି କେତେବେଳେ ସ୍କୁଟିରେ ଝିଅଙ୍କ ପଛରେ ବସି ଯାତ୍ରା କରିବାର ତାଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଏବେ ରାହୁଲଙ୍କର ଆଉ ଏକ ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଥିରେ ସେ ଦୋସା ତିଆରି କରୁଥିବା ଦେଖିବାକୁ ମିଳୁଛି। ଏତିକି ନୁହେଁ, ସେ ରାସ୍ତା ପାର୍ଶ୍ୱରେ ବସି ଦୋସା ଖାଇବା ସହ ଏକ ପିଲା ସହିତ ମଜା ମସ୍ତି କରୁଥିବାର ଦେଖାଯାଉଛି। ରାହୁଲ ଗାନ୍ଧି ‘ବିଜୟଭେରୀ ଯାତ୍ରା’ ଅଧୀନରେ କରିମନଗରରୁ ଜଗତିୟାଲ ଅଭିମୁଖେ ଯାତ୍ରା କରୁଥିଲେ। ରାସ୍ତାରେ ସେ ନୁକାପଲ୍ଲୀ ବସଷ୍ଟାଣ୍ଡରେ ଅଟକିଥିଲେ ଏବଂ କିଛି ଖାଇବା ପାଇଁ ଏକ ଭୋଜନାଳୟ ଯାଇଥିଲେ। ସେଠାରେ ସେ ଦୋସା ତିଆରି କରୁଥିବା ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ଦୋସା କିପରି ତିଆରି ହୁଏ, ତାହା ସେ ପଚାରିଥିଲେ। ଏହାପରେ ବ୍ୟକ୍ତି ଜଣକ ଦୋସା ତିଆରି କରି ତାଙ୍କୁ ଦେଖାଇଥିଲେ। ପରେ ରାହୁଲ ମଧ୍ୟ ଦୋସା ତିଆରି କରିଥିଲେ, କିନ୍ତୁ ରାହୁଲ ଦୋସା ତିଆରି କରୁଥିବାର ଦେଖି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ସେମାନେ ତାଙ୍କର ଭିଡିଓ କରିଥିଲେ। କିଛି ଲୋକ ଲାଇଭ୍ରେ ମଧ୍ୟ ଆସିଥିଲେ। ଏହି ସମୟରେ ରାହୁଲ ଦୋସା ବିକ୍ରେତାଙ୍କୁ ତାଙ୍କ ଆୟ ଏବଂ ସେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଜଣେ ସାଧାରଣ ଗ୍ରାହକଙ୍କ ପରି ରାହୁଲ ରାସ୍ତା କଡ଼ରେ ବସି ଦୋସା ଖାଇବାର ମଜା ନେଇଥିଲେ। ଯଦିଓ ଦୋକାନୀ ତାଙ୍କୁ ଚେୟାର ଅଫର୍ କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ରାହୁଲ ଗାନ୍ଧି ଗ୍ରାହକମାନଙ୍କ ସହିତ ଥଟ୍ଟା ମଧ୍ୟ କରିଥିଲେ। ଯାତ୍ରୀମାନଙ୍କ ସହ କଥା ହୋଇ ସେ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ।
ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ରାସ୍ତା କଡରେ ଛିଡା ହୋଇ ତିଆରି କଲେ ଦୋସା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











