ଲକ୍ଷ୍ମୀପୁର : ପୁଣି ଗାଁ ଦାଣ୍ଡରେ ଯୁବକ-ଯୁବତୀଙ୍କୁ ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ବ୍ଲକ ଚିଡିୱାଲସା ଗାଁରେ ହଳ କରାଇଲେ ଗ୍ରାମବାସୀ । ସମ୍ପର୍କୀୟ ଭାଇ –ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଶାସ୍ତି । ସ୍ବାମୀ ସ୍ତ୍ରୀଙ୍କୁ କାନ୍ଧରେ ଜୁଆଳି ପକାଇ ଗାଁ ଦାଣ୍ଡରେ ହଳ ବୁଲାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା, ହଳ କରିବା ଅର୍ଥ ମାଟି ମାଆକୁ କ୍ଷମା ପ୍ରାର୍ଥନା କରିବା ଏବଂ ନିଜକୁ ଶୁଦ୍ଧି କରିବା । ଏଭଳି ନକଲେ ଅପାଳକ ହେବ ବୋଲି ଗାଁ ଲୋକଙ୍କ ବିଶ୍ବାସ ରହିଛି। ଗତ କିଛି ଦିନ ଭିତରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। କିଛି ଦିନ ତଳେ ରାୟଗଡ଼ାରେ ପିଇସି -ପୁତୁରା ବିବାହ କରିଥିବାରୁ ତାଙ୍କୁ ଲଙ୍ଗଳ ଯୋଟି ହଳ ବୁଲାଇଥିଲେ ଗାଁ ଲୋକ ।
Views: 122











