ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ସୂଚନା । ଅପରାଧିଙ୍କୁ ଧରିବା ପାଇଁ ୬ଟି ଟିମ ଗଠନ ହୋଇଛି । ବରିଷ୍ଠ ଅଧିକାରୀ ସ୍ଥାନୀତ ହୋଇଛନ୍ତି । ଡିଏସପି ରାଙ୍କର ଅଧିକାରୀ ମାମଲାର ଆଇଓ ରହିଛନ୍ତି । ୫୦ରୁ ଅଧିକ ସିସିଟିଭି ଯାଞ୍ଚ ହୋଇଛି । ଆହୁରି ଅଧିକ ଯାଞ୍ଚ ହେବ । ଘଟଣା ସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ବ୍ୟକ୍ତିଗତ , ପେଶାଗତ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି ।
ଅନ୍ୟପଟେ ବାହାରର ସୁପାରୀ କିଲରକୁ ବାଲି ମାଫିଆ ନିୟୋଜିତ କରିଥିବା ନେଇ ଚର୍ଚ୍ଚା ହେଉଛି । ହତ୍ୟା ପଛରେ ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ସମ୍ପୃକ୍ତି ନେଇ ଅନୁମାନ କରାଯାଉଛି । ପୋଲିସ ଏଦିଗରେ ମଧ୍ୟ ତଦନ୍ତ କରୁଛି । ସୁପାରୀ କିଲର୍ କେଉଁଠୁ ଆସିଥିଲେ ? ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାକୁ ଦୁଇଦିନ ବିତିଯାଇଥିଲେ ବି ଏପର୍ୟ୍ୟନ୍ତ ଟେର୍ ପାଉନି ପୋଲିସ । ଗୁଳିମାଡ଼ କରିଥିବା ଦୁଇ ପେଶାଦାର ଅପରାଧୀଙ୍କୁ କିଏ ନିୟୋଜିତ କରିଥିଲା ? ସେମାନେ ହତ୍ୟା ପୂର୍ବରୁ ରେକି କରିଥିବା ମଧ୍ୟ ସୂଚନା ମିଳିଛି । ପୀତବାସଙ୍କ ଗତିବିଧି ଉପରେ ନଜର ରଖିଥିଲେ । ତେବେ ବାଲି ମାଫିଆଙ୍କ ସହିତ ପୀତବାସଙ୍କର କଣ ଶତ୍ରୁତା ଥିଲା ତାହା ସ୍ପଷ୍ଟ ହୋଇନି ।
ପୀତବାସ ପଣ୍ଡା ହତ୍ୟା ; ୬ଟି ଟିମ ଗଠନ , ହତ୍ୟାକାଣ୍ଡ ପଛରେ ବାଲି ମାଫିଆ ଥିବା ଚର୍ଚ୍ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











