ପାଟନା : ବିହାରର ରୋହତାସ୍ ଜିଲ୍ଲାରେ ସୋନ୍ ନଦୀ ବନ୍ଧର ପିଲାର୍ ଏବଂ ସ୍ଲାବ୍ ମଝିରେ ଏକ ୧୨ ବର୍ଷର ବାଳକ ଫସିରହିଛି। ବନ୍ଧର ୧ ନମ୍ବର ପିଲାର୍ ନିକଟରେ ଦୁଇଟି କାନ୍ଥ ମଝିରେ ବାଳକଟି ରହିଛି। ବାଳକର ପରିଚୟ ଜଣାପଡ଼ିଛି। ସେ ହେଲେ ଭୋଲା ଶାହଙ୍କ ପୁଅ ରଞ୍ଜନ କୁମାର। ରଞ୍ଜନ ଗତ ୨ ଦିନ ହେବ ଘରୁ ନିଖୋଜ ଥିଲେ। କୁହାଯାଉଛି କି, ସେ ମାନସିକ ରୂପେ ଦୁର୍ବଳ। ବନ୍ଧର ତଳ ଭାଗରେ ଫସିରହିଥିବା ବେଳେ ଜଣେ ମହିଳା ବାଳକର ପାଟି ଶୁଣିବାକୁ ପାଇଥିଲେ, ଯାହାପରେ ମହିଳା ଜଣକ ଏ ନେଇ ତାଙ୍କ ଘରଲୋକଙ୍କୁ ସୂଚନା ଦେଇଥିଲେ। ଘରଲୋକେ ପହଞ୍ଚି ବାଳକକୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବାରୁ ଏ ନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ବିଡିଓଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମଧ୍ୟ ଉଦ୍ଧାର କାର୍ୟ୍ୟରେ ସଫଳ ହୋଇ ନ ଥିଲେ। ପରେ ଏସଡିଆରଏଫ୍ ଟିମ୍ ସହ ଏନଡିଆରଏଫ୍କୁ ମଧ୍ୟ ଖବର ଦିଆଯାଇଥିଲା। ପାଟନାରୁ ଏସଡିଆରଏଫ୍ ଟିମ୍ ପହଞ୍ଚି ବାଳକକୁ ସ୍ଲାବ୍ ମଝିରୁ ବାହାର କରିବାକୁ ଚେଷ୍ଟା ଚଳାଇଛି। ଜେସିବି ମେସିନ୍ ସହାୟତାରେ ପିଲାର୍ର କାନ୍ଥକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ସେପଟେ ବାଳକଟି ସୁସ୍ଥ ଅଛି। ତା’ ପାଖରେ ଅକ୍ସିଜେନ୍ ପହଞ୍ଚାଯାଉଛି। ଏଥିସହ ଖାଇବା ପାଇଁ ବିସ୍କୁଟ ମଧ୍ୟ ଦିଆଯାଇଛି।
ପିଲାରରେ ଫସିଛି ୧୨ ବର୍ଷର ବାଳକ,ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











