The Ultimate Managed Hosting Platform
ADVERTISEMENT

ପିଲାଙ୍କୁ ଶୀଘ୍ର ଦିଅ ୟୁନିଫର୍ମ ; ଗଣଶିକ୍ଷା ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦବେଗ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୮୦ ପ୍ରତିଶତରୁ ଅଧିକ ସ୍କୁଲ ପିଲାଙ୍କୁ ୟୁନିଫର୍ମ ଦିଆଯାଇ ସରିଲାଣି । କିଛି କିଛି ସ୍ଥାନରେ ପିଲାଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବ ହେଉଛି । ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା ଏସଏଚଜିକୁ ବାତିଲ ନିଦେ୍ର୍ଦଶ । ଅନ୍ୟ କାହାକୁ ୟୁନିଫର୍ମ ତିଆରି ପାଇଁ ଦାୟିତ୍ୱ ଦିଆଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଡ୍ରେସ ଦେବାକୁ ଗତ ଜୁନ୍ ମାସରେ ଡିଇଓ ମାନଙ୍କୁ ଚିଠି ହୋଇଥିଲା । ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ ଚିଠି କରାଯାଇଥିଲା । କିନ୍ତୁ ଆଜିଯାଏଁ କାହିଁକି ୟୁନିଫର୍ମ ମିଳିନି ବୋଲି ଗତ ୨ ଦିନ ଧରି ଖବର ପ୍ରସାରଣ ହୋଇଥିଲା । ବିଶେଷ କରି ମାଟ୍ରିକ ଛାତ୍ରଛାତ୍ରୀଙ୍କୁ କାହିଁକି ୟୁନିଫର୍ମ ମିଳିନି ବୋଲି ଆମେ ଦେଖାଇଥିଲୁ । କିନ୍ତୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ଆମ ବୁମ୍ ଆଡେଇ ଚାଲିଯାଇଥିଲେ । ଆଜି ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ତୁରନ୍ତ ଡ୍ରେସ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login