ଭୁବନେଶ୍ୱର : ଗତକାଲି ପିପିଲି ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏ ନେଇ ରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଯାଇଥିବା ବେଳେ ଅନ୍ୟ ଯୁବତୀଙ୍କର ପିପିଲି ମେଡିକାଲରେ ଜୀବନ ଯାଇଛି । ସମସ୍ତ ଯୁବତୀଙ୍କ ବୟସ ୨୦ବର୍ଷ ହେବ । ଭୁବନେଶ୍ୱର ସଂଗୀତ ମହା ବିଦ୍ୟାଳୟର ଛାତ୍ରୀ ଥିଲେ । ୩ମୃତକଙ୍କ ମଧ୍ୟରୁ ୨ଜଣ ଭଉଣୀ ଓ ଅନ୍ୟ ଜଣେ ସାଙ୍ଗ ଥିଲେ । ଦୁର୍ଘଟଣା ପରେ ମେଡିକାଲ ସମ୍ମୁଖରେ ତୀବ୍ର ଉତ୍ତେଜନା ହୋଇଥିଲା । ଅନ୍ୟପକ୍ଷେ ରଙ୍ଗରୁଟ୍ ରେ ଆସୁଥିବା ବାଇକ ଚାଳକ ଏବଂ ବେପରୁଆ ବସ୍ ଚାଳକଙ୍କୁ ଗିରଫ ଦାବି ହୋଇଛି ।
Views: 10