ବ୍ୟୁରୋ : ପିଜୁଳି କେବଳ ଭାରତ ନୁହେଁ ସାରା ଦେଶରେ ଅନେକ ଲୋକ ଏହି ଫଳକୁ ଖାଇବାକୁ ଭଲ ପାଆନ୍ତି । ଏଥିରେ ପୋଷକତତ୍ତ୍ୱ ଭରି ରହିଛି । ଅନେକ ଡାଏଟସିଆନ ଏହି ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ପିଜୁଳି ଦାମ ମଧ୍ୟ ବେଶୀ ନୁହେଁ । ଉଭୟ ଧନୀ ଓ ଗରିବ ଏହି ଫଳ କିଣି ଖାଇ ପାରିବେ । ତେବେ ଆସନ୍ତୁ ଜାଣିବା ପିଜୁଳିର ଉପାଦେୟତା ।
ଇମ୍ୟୁନିଟି ବଢିଥାଏ – ପିଜୁଳିରେ ଭରପୂର ରହିଥାଏ ଭିଟାମିନ ସି । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଆପଣ ପିଜୁଳି ଖାଇବା ଦ୍ୱାରା ଭାଇରାଲ ରୋଗରୁ ରକ୍ଷା ପାଇପାରିବେ ।
ହଜମ ପ୍ରକ୍ରିୟା ତ୍ୱରାନ୍ୱତ ହେବ-ପିଜୁଳିରେ ଭରପୂର ରହିଛି ଫାଇବର । ଯାହାଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ । ମୋଟାପଣରୁ ମୁକ୍ତି ମିଳିଥାଏ ।
ଓଜନ କମିବ – ପିଜୁଳି ଦ୍ୱାରା ଶରୀରର ଓଜନକୁ କମାଯାଇ ପାରିବ । କାରଣ ଏଥିରେ କମ କ୍ୟାଲୋରୀ ଏବଂ ଅଧିକ ଫାଇବର ରହିଛି ।
ମଧୁମେହ ରୋଗରୁ ମୁକ୍ତି -ଯେଉଁମାନେ ପିଜୁଳି ଖାଆନ୍ତି, ସେମାନଙ୍କର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଆପଣଙ୍କୁ ଏହି ଫଳ ଖାଇବା ଜରୁରୀ ।
ଅନ୍ତନଳୀକୁ ସଫା କରିବା -ଏହି ଫଳ ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ବଞ୍ଚାଇଥାଏ ।
ହୃଦରୋଗ ରୋକିବା –ପିଜୁଳିରେ ଭଲ ପରିମାଣର ପୋଟାସିୟମ୍ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।
ଆଖି ପାଇଁ ଲାଭଦାୟକ -ପିଜୁଳି ଆମ ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ, କାରଣ ଏଥିରେ ଭିଟାମିନ୍ ଏ ଥାଏ, ଯାହା ଦୃଷ୍ଟି ଶକ୍ତିକୁ ତୀକ୍ଷ୍ଣ କରିଥାଏ ।
ରକ୍ତ ଶୁଦ୍ଧତା -ପିଜୁଳି ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ହେବାରେ ସାହାଯ୍ୟ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
ଅମ୍ଳଜାନ ଯୋଗାଣ – ପିଜୁଳିରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରର ଅନେକ ଅମ୍ଳଜାନକୁ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।
କର୍କଟ ପ୍ରତିରୋଧ – ପିଜୁଳିରୈ÷ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା କର୍କଟ ରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ ।
ପିଜୁଳିର ୧୦ଟି ଔଷଧୀୟ ଗୁଣି ,ଜାଣନ୍ତୁ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










