ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ପିଜି ମେଡିକାଲ ନାମଲେଖା ପାଇଁ ମୂଳନିବାସୀ ଭିତ୍ତିକ ଆବାସିକ ସଂରକ୍ଷଣକୁ ଅସାମ୍ବିଧାନିକ ବୋଲି କହି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହାସହିତ ଏହାକୁ ସମାନତା ଅଧିକାରର ଉଲ୍ଲଂଘନ ବୋଲି ମଧ୍ୟ କହିଛନ୍ତି । ଋଷିକେଶ ରୟ, ସୁଧାଂଶୁ ଧୁଲିଆ ଓ ଏସ୍.ଭି.ଏନ୍ ଭଟ୍ଟିଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ନାମଲେଖା ସମ୍ପୂର୍ଣ୍ଣ ଭାବେ ଯୋଗ୍ୟତା ଆଧାରରେ ହେବା ଉଚିତ । ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ନିଷ୍ପତ୍ତି ରାଜ୍ୟଗୁଡ଼ିକ ପୂର୍ବରୁ ଦେଇଥିବା ଆବାସିକ ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ । ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ କୌଣସି ସ୍ୱତନ୍ତ୍ର ରାଜ୍ୟରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏମବିବିଏସ୍ ପାଠ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ୟ୍ୟନ୍ତ ସଂରକ୍ଷଣକୁ ଅନୁମତି ଦିଆଯାଇପାରେ । କିନ୍ତୁ ପିଜି ମେଡିକାଲ୍ ପାଠ୍ୟକ୍ରମରେ ଏହାର ଅନୁମତି ନାହିଁ ।
Views: 42