ଭୁବନେଶ୍ୱର : ପିଛା ଛାଡୁନି ଯାତ୍ରା ବିବାଦ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ ବାପି କୁମାର । ବିକେୟା ଟଙ୍କା ମାଲିକ ଦେଇନଥିବା ଅଭିଯୋଗ କରିବା ସହ ବାଲିଆପାଳରେ ଯାତ୍ରା ପାର୍ଟି ପଡ଼ିଥିବା ବେଳେ ଯାତ୍ରା କମିଟି ତାଙ୍କୁ ଅଶାଳୀନ ଗାଳି ଗୁଲଜ କରିବା ସହ ମାଡ ମରାଯାଇ ଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଯାତ୍ରା କଳାକାରଙ୍କ ଅଭିଯୋଗ ଅନୁଯାୟୀ ତିନି ମାସର ବିକିୟା ୭ ଲକ୍ଷ ଟଙ୍କା ମାଗିବାରୁ ମାଲିକ ଆଜି କାଲି କହି ଦିନ ଗଡ଼େଇ ଦେଉଥିବା ଅଭିଯୋଗ ହୋଇଛି । ପରେ ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ଫଳରେ ସ୍ଥାନୀୟ କମିଟି ସହ ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ବାପିଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ କମିଟି ପକ୍ଷରୁ ମାଡ ମରା ଯାଇଥିବା ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ଵାମୀ । ଏହି ମାଡ ମାରିବା ପଛରେ ମାଲିକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ସେ କହିଛନ୍ତି କୌଣସି ବିକେୟ ଟଙ୍କା ନାହିଁ । ସେ ଆଗାମୀ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି ।
ପିଛା ଛାଡୁନି ଯାତ୍ରା ବିବାଦ ; ପୁଣି ଯାତ୍ରା ମାଲିକଙ୍କ ବିରୋଧରେ ଅଭିଯୋଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...