The Ultimate Managed Hosting Platform
ADVERTISEMENT

ପିଇଟି କ୍ଲାସରେ ଅସୁସ୍ଥ ଛାତ୍ରଙ୍କ ମୃତ୍ୟୁ

Facebook
Twitter
LinkedIn

ରାଜଗାଙ୍ଗପୁର : ପିଇଟି ବେଳେ ଅସୁସ୍ଥ ହୋଇ ଦଶମ ଛାତ୍ରଙ୍କ ମୃତ୍ୟୁ । ଘରୋଇ ସ୍କୁଲର ଦଶମ ଛାତ୍ର ପିଇଟି ବେଳେ ଅସସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର । ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଏମଡି ମୋହାଦିସ ନୌସାଦ।
ସୂଚନା ମୁତାବକ, ଆଜି ସକାଳେ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ଛାତ୍ରଛାତ୍ରୀମାନେ ଏକତ୍ରିତ ବ୍ୟାୟାମ କରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ଏମଡି ମୋହାଦିସ ନୌସାଦ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରୁ ତାଙ୍କୁ ରାଉରକେଲା ସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login