ଜଳେଶ୍ୱର : ପିଇଓଙ୍କୁ ପଞ୍ଚାୟତ ଅଫିସରେ ରଖି ତାଲା ଠୁଙ୍କିଲେ ୱାର୍ଡସଭ୍ୟ । ବସ୍ତା ବ୍ଲକ ମଥାନୀ ପଞ୍ଚାୟତରେ ତୀବ୍ର ଉତ୍ତେଜନା । ୭ ମାସର ବକେୟା ଭତ୍ତା ମିଳି ନ ଥିବାରୁ ତାଲା ପକାଇଲେ । ସାରା ରାତି ପିଇଓ ଭାଗବତ ବିଶ୍ୱାଳଙ୍କୁ ତାଲା ପକାଇ ରଖିଛନ୍ତି । । ଏନେଇ ସେମାନେ ପିଇଓଙ୍କ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହାକୁ ନେଇ ପିଇଓଙ୍କ ସହ ୱାର୍ଡ ମେମ୍ବରଙ୍କ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ୱାର୍ଡ ମେମ୍ବରମାନେ ପିଇଓ ଭାଗବତ ବିଶ୍ୱାଳଙ୍କୁ ତାଲା ପକାଇଦେଇଥିଲେ । ପିଇଓ ଭତ୍ତା ଟଙ୍କା ହଡପ କରିଥିବା ସେମାନେ ଅଭିଯୋଗ କରିଛନ୍ତି ।
Views: 68