ବ୍ୟୁରୋ : ଆପଣ ଡଷ୍ଟବିନରେ ପିଆଜ ଚୋପା ପକାଉଛନ୍ତି କି ? ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା । ପିଆଜ ଚୋପାରେ ଲୁଚିରହିଥିବା ଉପକାରିତା ବିଷୟରେ ପଢନ୍ତୁ । ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ଏହାପରେ ଆପଣଙ୍କ ପାଟିକୁ ଭଲ ଲାଗିନପାରେ, କିନ୍ତୁ ଆପଣ ଚାହିଁଲେ ଏଥିରେ ଚିନି କିମ୍ବା ମହୁ ସହ ମିଶାଇ ନେଇ ପାରିବେ । ଏଥି ସହ ଏହା କୋଲେଷ୍ଟ୍ରେଲ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ । ଏହାପରେ ଏହାକୁ ସେବନ କରନ୍ତୁ । ଦେଖିବେ ଗଳା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଜାଣିରଖନ୍ତୁ ଯେ, ପିଆଜ ଚୋପା ବହୁ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ମହିଳା ମାନେ କେଶକୁ ସୁନ୍ଦର ରଖିବା ସହ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ । ପରେ ଧିରେଧିରେ ଏହାର ପାର୍ଥକ୍ୟ ଆପଣ ନିଜେ ଜାଣିପାରିବେ । ପିଆଜ ଚୋପାରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି । ଯଦି ଆପଣଙ୍କର ଆଲର୍ଜି ହେଉଥିବ ଏବଂ ମୁହଁ କୁଣ୍ଡାଇ ହେଉଥିବ, ତାହେଲେ ପିଆଚ ଚୋପା ଆପଣଙ୍କୁ ମୁକ୍ତି ଦେଇପାରିବ । ଏଥିପାଇଁ ଆପଣ ପିଆଜ ଚୋପାକୁ ରାତିରେ ଭଲ ଭାବେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ସେହି ପାଣିରେ ମୁହଁ ଧୁଅନ୍ତୁ । ଯଦି ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଈଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ବ୍ୟବହାର କରନ୍ତୁ ପିଆଜ ଚୋପା ।
ପିଆଜ ଚୋପାର ରହିଛି ଜବରଦସ୍ତ ଫାଇଦା…..

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...