ଭୁବନେଶ୍ୱର : ରାଜ୍ୟରେ ପାୱାର କଟ ନୁହେଁ , ପାୱାର ଟ୍ରିପ ହେଉଛି କହିଲେ ଶକ୍ତି ମନ୍ତ୍ରୀ । ପାୱାର କଟ୍ ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ସ୍ପଷ୍ଟୀ କରଣ । ପାୱାର କଟ୍ ହେଉନି , ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରୁଛି । ରାଜ୍ୟରେ ଇଲେକ୍ଟ୍ରିସିଟି ସପ୍ଲାଇରେ କୈାଣସି ଅଭାବ ନାହିଁ । ଅନେକ ସ୍ଥାନରେ ଓଭର ଲୋଡିଂ ଦ୍ୱାରା ଟ୍ରିପ ହୋଇଯାଉଛି । ଭୁବନେଶ୍ୱରରେ ଥରେ ଟ୍ରିପ କଲେ ସଜାଡିବାକୁ ୬-୭ ଘଣ୍ଟା ଲାଗୁଛି । ଗାଁ ଗହଳିରେ ଟିକେ ଅଧିକ ସମୟ ନେଉଛି , ନିରବଚ୍ଛିନ୍ନ କରିବାକୁ ଚେଷ୍ଟା । ଲୋ ଭୋଲଟେଜ୍ ଅଭିଯୋଗ ପଛରେ ଟେକ୍ନିକାଲ ତ୍ରୁଟି ରହିଛି । ପିକ୍ ପିରିୟଡରେ ୫ ହଜାର ୬୦୦ ମେଗାୱା୍ୱାଟ୍ ଆବଶ୍ୟକତା ରହିଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ।
Views: 97











