The Ultimate Managed Hosting Platform
ADVERTISEMENT

ପାର୍ବଣରେ ରାଜଧାନୀ ଜଗିବେ ୩୧ ପ୍ଲାଟୁନ

Facebook
Twitter
LinkedIn

ଭୁବନେଶ୍ୱର : ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ ପୋଲିସର ପ୍ରସ୍ତୁତି । ଭୁବନେଶ୍ୱରରେ ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ । ପ୍ରେସମିଟରେ ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ୧୨ ଅତିରିକ୍କ ଡିଏସପି, ୨୩ ଏସିପି, ୪୧ ଇନ୍ସପେକ୍ଟର ନିୟୋଜିତ ହେବେ । ସହରକୁ ୩ଟି ସେକ୍ଟରରେ ଭାଗ କରାଯାଇ ମୋବାଇଲ ପାଟ୍ରୋଲିଂ ଚାଲିଛି । ୬ଟି ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲିଛି ,ଷ୍ଟ୍ରାଇକିଂ ଫୋର୍ସ ବି ଅଛନ୍ତି । ବଟି ଓ ଚାନ୍ଦା ମାଗିଲେ ଜାରି ହୋଇଥିବା ଟୋଲଫ୍ରି ନମ୍ବରରେ କମ୍ପ୍ଲେନ କରିପାରିବେ ଲୋକେ ।ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିବା ସହ ୬ଟି ଯାଗାରେ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ସହରରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଥିବା ବେଳେ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ସହରବାସଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login