ନୂଆଦିଲ୍ଲୀ : ନୃଶଂସ ବାପା, ସାଜିଲା ପିଶାଚ । ପାରିବାରିକ କଳହରୁ ୩ ନାବାଳିକା ଝିଅର ତଣ୍ଟି କାଟିଲା ବାପା । ଝିଅଙ୍କ ଗଳା କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲା ପାଲାରେ ଘଟିଛି ଏମିତି ଘଟଣା । ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।
ରାମାପୁରମ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ଚେଟ୍ଟୁକୁଲମ କଲୋନୀ ନିବାସୀ ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅ ଶୋଇବା ପରେ ତାଙ୍କ ଉପରେ ଆକ୍ରମଣ କରି ତଣ୍ଟି କାଟିଦେଇଥିଲା । ସେମାନେ କୌଣସି ମତେ ଖସି ପଡୋଶୀ ଘରକୁ ଚାଲିଯାଇଥିଲେ । ଆଉ ନିଜ ସଂପର୍କୀୟଙ୍କୁ ଖବର ଦେଇଥିଲେ । ସଂପର୍କୀୟ ଆସି ଦେଖିବା ବେଳକୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିନେଇଥିଲେ ।
ବୈବାହିକ କଳହ ଯୋଗୁଁ ପତ୍ନୀ ଛାଡି ଚାଲିଯିବା ପରେ ବ୍ୟକ୍ତି ଜଣକ ୩ ଝିଅକୁ ଧରି ରହୁଥିଲେ । ଦିନକୁ ଦିନ ଝଗଡା ବଢିଚାଲିଥିବାରୁ ୩ ଝିଅଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ପୋଲିସ ଏହି ମାମଲାରେ ଆଇପିସି ଧାରା ୩୦୭, ୩୨୪, ୭୭ ଅଧିନରେ ମାମଲା ରୁଜୁ କରି ତଦନ୍ତ କରୁଛି ।
ପାରିବାରିକ କଳହ ; ୩ ନାବାଳକ ଝିଅର ତଣ୍ଟିକାଟି ନିଜେ ଆତ୍ମହତ୍ୟା କଲା ବାପା

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...