The Ultimate Managed Hosting Platform
ADVERTISEMENT

ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Facebook
Twitter
LinkedIn

ପାରାଦୀପ : କଳିଙ୍ଗର ବୀରତ୍ୱର ଗାଥା ବହନ କରୁଥିବା କଳିଙ୍ଗ ବାଲିଯାତ୍ରା ୨୦୨୩ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ପାରାଦୀପ ଅପିସର କ୍ଲବରେ ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ଵାଳ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ଉପାଧ୍ୟକ୍ଷା ଛବି ଲତା ରାଉତ, ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, କୁଜଙ୍ଗ ତହସିଲଦାର ପ୍ରୀତିପର୍ଣା ମହାନ୍ତି, ପାରାଦୀପ ଡିଏସପି ସନ୍ତୋଷ କୁମାର ଜେନା ପ୍ରମୂଖ ଯୋଗଦେଇଥିବା ବେଳେ ବାଲିଯାତ୍ରା କମିଟି ର ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ଚଳିତ ବର୍ଷ ବାଲିଯାତ୍ରା ପଡିଆ କୁ ଆହୁରି ଆକର୍ଷଣ କରିବା, ଟ୍ରାଫିକ ନିୟନ୍ତ୍ରଣ ଓ ରାଜ୍ୟ ତଥା ରାଜ୍ୟ ବାହାର ର କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବାକୁ ମତ ପ୍ରକାଶ ପାଇଥିଲା । ବିଶେଷ କରି ଦୋଛକି ରୁ ଅଠରବାଙ୍କୀ ପର୍ୟ୍ୟନ୍ତ ରାସ୍ତା ର ମରାମତି ଉପରେ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ ଗତବର୍ଷ ରହିଯାଇଥିବା କେତେକ ତ୍ରୁଟୀ କୁ ଚଳିତ ବର୍ଷ ସୁଧାର ଆଣିବା ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ । ଆସନ୍ତା ନଭେମ୍ବର ୨୮ ତାରିଖ ରୁ ଏହି କଳିଙ୍ଗ ବାଲିଯାତ୍ରା ୭ ଦିନ ଧରି ଚାଲିବ ବୋଲି ଜଣାପଡ଼ଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟ ସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ !

ଭୁବନେଶ୍ୱର : ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଫଏମ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଅଭାବନୀୟ ଘଟଣା । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ...

ADVERTISEMENT

Login