The Ultimate Managed Hosting Platform
ADVERTISEMENT

ପାରମ୍ପରିକ ରୀତିନୀତିରେ ପଞ୍ଚଭୂତରେ ବିଲୀନ ହେଲେ ଡେପୁଟି ରେଞ୍ଜର

Facebook
Twitter
LinkedIn

ରାଇରଙ୍ଗପୁର: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ନିଜ ପ୍ରିୟଜନର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଗାଁଟା ସାରା ସମସ୍ତଙ୍କ ଆଖିରେ ଲୁହ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଟିଙ୍ଗିରିଆ ଗ୍ରାମର ବନକର୍ମଚାରୀ ମିଥାୟ ହାଁସଦାଙ୍କ ମୃତ୍ୟୁ ପରର ଦୃଶ୍ୟ । ଏହି ଦୃଶ୍ୟ ବୟାନ କରୁଥିଲା ମିଥାୟ ହାଁସଦାଙ୍କୁ କେତେ ଭଲ ପାଉଥିଲେ ସଭିଏଁ । ତାଙ୍କର ଅକାଳ ମୃତ୍ୟୁ ଭାଙ୍ଗିଦେଇଛି ସମସ୍ତଙ୍କୁ । ରାସ୍ତା ଘାଟ ସବୁଠି ଲୋକାରଣ୍ୟ । ନିଜ କର୍ତ୍ତବ୍ୟ ନିଜ କର୍ମ ଆଗରେ ତାଙ୍କୁ ଆଜି ଜୀବନ ଦେବାକୁ ପଡିଛି । ଏପଟେ ପାରମ୍ପରିକ ରୀତିନୀତିରେ ନିଜ ଜନ୍ମ ମାଟିରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଡେପୁଟି ରେଞ୍ଜର ମିଥାୟ ହାଁସଦା । ଏଖବର ପାଇବା ପରେ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହିତ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login