The Ultimate Managed Hosting Platform
ADVERTISEMENT

ପାତ୍ରପଡା ହିଟ ଆଣ୍ଡ ରନ ; ଥାର ମାଲିକ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର :ପାତ୍ରପଡା ହିଟ ଆଣ୍ଡ ରନ ଘଟଣା । ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଥାର ମାଲିକ । ଗତ ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିଲା ଦୁର୍ଘଟଣା । ସ୍ଖର୍ପିଓ ଓ ଥାର ରେସିଂ ପାଇଁ ମାଆ-ଝିଅଙ୍କ ମୃତ୍ୟୁ । ପାତ୍ରପଡା ପାଖରେ ରାସ୍ତାରୋକ କରିଥିଲେ ଫୁଲେଶ୍ୱରୀ ବସ୍ତି ଲୋକ । ଜବତ ହୋଇଥିଲା ସ୍କର୍ପିଓ ଓ ଥାର । ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲେ । କୁହାଯାଉଛି, ୨୨ ବର୍ଷୀୟ ଅଙ୍କିତ ରାକ୍ଷୀ ପୂର୍ଣ୍ଣିମା ରାତିରେ ସ୍କର୍ପିଓ ଚଳାଉଥିଲେ ଏବଂ ଥାର୍ ଗାଡ଼ି ସହ ରେସିଂ କରୁଥିଲେ । ଆଉ ସେହି ରେସିଂ ବେଳେ ପାତ୍ରପଡ଼ା ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ମାନସ ରାଉଳଙ୍କ ପତ୍ନୀ ଓ ତାଙ୍କ ୮ ବର୍ଷିୟା କୁନି ଝିଅର ଜୀବନ ଯାଇଥିଲା । ଏହାକୁ ନେଇ ୨ ଦିନ ଧରି ରାସ୍ତାରୋକ କରିଥିଲେ ସଂପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା। କିନ୍ତୁ ଏଯାଏଁ ଦୁର୍ଘଟଣା ଘଟାଇଥିବା କିଲର୍ ଥାର୍ କିଏ ଚଳାଉଥିଲା, ତାହା ସ୍ପଷ୍ଟ ହୋଇନି କି ଚାଳକ ବି ଧରାପଡ଼ିନି। ଥାର୍ କୁ ଜଟଣୀ ଥାନା ଅଞ୍ଚଳରୁ ଜବତ କରି ଆଣିଥିଲା ଖଣ୍ଡଗିରି ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login