ଭୁବନେଶ୍ୱର : ପାଣ୍ଡିଆନଙ୍କ ହେଲିକପ୍ଟର ବଲା ଘଟଣାର ଚାଲିଛି ତଦନ୍ତ । ତଦନ୍ତ ପରେ ନିଆଯିବ କାର୍ୟ୍ୟାନୁଷ୍ଠାନ । ବ୍ୟକ୍ତିଗତ କାର୍ଯ୍ୟରେ ହେଲିକେପ୍ଟରରେ ବୁଲିବାକୁ ନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର ନିର୍ଯ୍ୟାସ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଯାହା ଲୋକଙ୍କ ମନରେ ସନ୍ଦେହ ଅଛି ତାହା ସତ ହୋଇପାରେ । ଅପେକ୍ଷା କରନ୍ତୁ ପାଣ୍ଡିଆନଙ୍କ ଉପରେ ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଦୁର୍ନୀତି ବିରୁଦ୍ଧରେ ଆମ ସରକାର ଶୁନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ତେଣୁ ହେଲିକ୍ୟାପ୍ଟର ବୁଲାର ନିର୍ୟ୍ୟାସ ଅଳ୍ପ ଦିନ ମଧ୍ୟରେ ବାହାରିବ। ବିଜେଡି ଶାସନରେ ଥିବାବେଳେ ଭିକେ ପାଣ୍ଡିଆନ୍ ନିଜର ଆଧିପତ୍ୟ ଦେଖାଇ ବିଭିନ୍ନ ସ୍ଥାନକୁ ହେଲିକପ୍ଟର ଗସ୍ତ କରୁଥିଲେ । ଯେଉଁଥିରେ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେଣୁ ଏନେଇ ତଦନ୍ତ କରାଯାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Views: 42