ଭୁବନେଶ୍ୱର : ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି କହିଲେ ମୁଖ୍ୟମନ୍ତ୍ରୀ । ସେ ବହୁ ବର୍ଷ ହେଲା ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଦଳର ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ ।
ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ କହିଛନ୍ତି କି ମହାପ୍ରଭୁଙ୍କ ଆଶୀର୍ବାଦ , ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି । ଆପଣ ମାନଙ୍କ ସହ ଯୋଗରେ ଓଙ୍ଗିଶା ବାସୀଙ୍କ କାମ କରିବି । ନିଷ୍ଠା , ନମ୍ରତା, ନିସ୍ୱାର୍ଥପର ଭାବେ କାମ କରିବି ।
ପିନାକୀ ମିଶ୍ର ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି , ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ ରୁ ୧୪ ବର୍ଷ ଧରି କାମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଯେପରି କାର୍ଯ୍ୟ କରିଛନ୍ତି , ତାହା ଦଳରେ କରିବେ । ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି । ପ୍ରଶାସନିକ ଅଭିଜ୍ଞତାକୁ ସେ ଦଳ ପାଇଁ କାର୍ଯ୍ୟରେ ଲଗାଇବେ । ଆମେ ତାଙ୍କୁ ଦଳରେ ସାମିଲ ପାଇଁ ସ୍ୱାଗତ କରୁଛୁ ।
ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ ନେଇ ବିରୋଧୀଙ୍କ କଟାକ୍ଷ । ବିଜେପି ସଭାପତି ମନମୋହନ ସାମଲ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି , ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନ କିଛି ବି ପ୍ରଭାବ ପଡିବନି । ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ ଏବେ ଖୋଲାରେ କରିବେ । କେତେ ଆସିଲେଣି ଗଲେଣି , କିଛି ପ୍ରଭାବ ପଡିବନି ।
ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା । ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା । ଯାହା ନାଁରେ ଦଳ ହୋଇଛି , ସେହି ବିଜୁ ବାବୁ ସ୍ୱାଭିମାନୀ ଓଡିଆ ଥିଲେ । ତାଙ୍କ ଆତ୍ମା ଯେବେ ଦେଖୁଥିବା , ତାଙ୍କ ନାଁରେ ଗଠିତ ଦଳକୁ ଚଳାଇବାକୁ ସାଢେ ୪ କୋଟି ଓଡିଆଙ୍କ ଭଇତରୁ କେହି ମିଳିଲେନି , ତାଙ୍କ ଆତ୍ମା କଷ୍ଟ ପାଉଥିବ । ଏ ସବୁ ଦେଖି ବିଜୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବା ।
ପାଣ୍ଡିଆନଙ୍କ ବିଜେଡିରେ ମିଶିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । ୨୦୧୪ରୁ ପ୍ଲାନ ଆରମ୍ଭ ହୋଇଥିଲା, ସମୟ ଅନୁସାରେ ସମସ୍ତଙ୍କୁ କାଢିଲେ । ୨୦୧୯ରେ ମତେ ହରାଇବାକୁ ପ୍ଲାନ ହୋଇଥିଲା ସ୍ପଷ୍ଟ ହେଲା । ମୋତେ ଦୂରେଇବେ , ସେ ନିକଟତର ହେବେ , ରାଜନୀତି ହାତକୁ ନେବେ । ଓଡିଶାରେ ଡିପଫେକ ସରକାର ରାଜ୍ୟକୁ ଡିପଫେକରେ ପରିଣତ କରିଛି ।
ପାଣ୍ଡିଆନଙ୍କୁ ଦଳରେ ସ୍ୱାଗତ , ବିରୋଧୀଙ୍କ କଟାକ୍ଷ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











