The Ultimate Managed Hosting Platform
ADVERTISEMENT

ପାଣ୍ଡିଆନଙ୍କୁ ଟମାଟୋ ମାଡ !

Facebook
Twitter
LinkedIn

୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ । ଗଂଜାମ ବେଲଗୁଣ୍ଠା ସଭାରେ ଟମାଟୋ ଫିଙ୍ଗିଲା ଜଣେ ଯୁବକ । ଆମ ଓଙ୍ଗିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଟମାଟୋ ମାଡ । ସଂପୃକ୍ତ ଯୁବକଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ବିଜେଡି କର୍ମୀ । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । କହିଛନ୍ତି, ତାଙ୍କ ଉପରକୁ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ । ସେଥିରେ ପରବାୟ ନାହିଁ । ଲୋକଙ୍କ ପାଖକୁ ଆସିବେ, ଲୋକଙ୍କ ସେବା କରିଚାଲିବେ । କେବଳ ଏତିକି ନୁହେଁ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଅନେକ ଲୋକ ଆସିବେ, ମଞ୍ଚ ଉପରେ ଭାଷଣ ଦେଇ ଚାଲିଯିବେ ।ଅନ୍ୟପଟେ ଟମାଟୋ ମାରିଥିବା ବ୍ୟକ୍ତି ଜଣଙ୍କ କଂଗ୍ରେସର କର୍ମୀ ବୋଲି କୁହାଯାଉଛି । ତେବେ କଂଗ୍ରେସ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଟମାଟୋ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ କାବୁ କରିବା ସହ ପଚରାଉଚୁରା କରୁଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login