The Ultimate Managed Hosting Platform
ADVERTISEMENT

ପାଣି ବାଲଟିରେ ବୁଡି ଚାଲିଗଲା ଶିଶୁପୁତ୍ରର ଜୀବନ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସିଲିଦାରେ ସୋମବାର ଅଭାବନୀୟ ଘଟଣା ଘଟିଛି । ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ପାଣି ବାଲଟିରେ ବୁଡି ମତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଉଛନ୍ତି ଉକ୍ତ ଗ୍ରାମର ଜିତେନ ବେହେରାଙ୍କ ପୁଅ ।ସୂଚନାଯୋଗ୍ୟ ଯେ, ଶିଶୁପୁତ୍ରକୁ ଅଟୋ ସାହାଯ୍ୟରେ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକଙ୍କୁ ପାଟଣା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଥାନାକୁ ରିପୋର୍ଟ ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ୨ଟି ଅଟୋରେ ଆସିଥିବା ପରିବାର ଓ ଗାଁ ଲୋକେ ଶିଶୁ ପୁତ୍ରକୁ ବ୍ୟବଚ୍ଛଦ କରିବାକୁ ନଦେଇ ଜୋର୍ ଜବରଦସ୍ତ ଭାବେ ଶିଶୁପୁତ୍ରକୁ ମେଡିକାଲରୁ ନେଇ ଘରକୁ ପଳାଇଛନ୍ତିି । ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଜଣାଇଥିଲେ । ଖବର ପାଇ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ

ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣା ; ଆହୁରି କଡା ଚେକିଂ ହେବ -ଆଇନମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ କହିଲେ ଆଇନମନ୍ତ୍ରୀ । ଏହା ଜାଣିବା...

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

Login