ଉଦଳା : ଗରା , ବାଲଟି ଧରି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । କପ୍ତିପଦା ରାମଚନ୍ଦ୍ରପୁର ପଞ୍ଚାୟତ ଅଦରପଡା ଛକରେ ରାସ୍ତାରୋକ । ୧୦, ୧୧ ନଂ ବ୍ୱାର୍ଡରେ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ରାସ୍ତାରୋକ । ବାରମ୍ବାର ପାଣି ଟୋପାଏ ପାଇଁ ଦାବି ପରେ ମଧ୍ୟ ପ୍ରଶାନ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ସମସ୍ୟାର ସମାଧାନ ପାଇଁ ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ଆଦରପଦା ଗ୍ରାମବାସୀ। ଅବରୋଧ ଦ୍ୱାରା କପ୍ତିପଦା-କଳମଗଡିଆ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଗତ ୬ ମାସ ଧରି ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗାଁରେ ଥିବା ୨ଟି ନଳକୂପ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବାବେଳେ ଏହାକୁ ମରାମତି କରାଯାଉନି। ଦୀର୍ଘ ଦିନ ଧରି ଏହି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀ ତଥା ଜନପ୍ରତିନିଧିଙ୍କୁ ଅବଗତ କରାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ।
Views: 93











